Posts List
Posts Slider
Politics
ପୁଣି ଲୋକଙ୍କ ଆଶୀର୍ବାଦ ପାଇବା: ନବୀନ
ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ଅଧକ୍ଷ ତଥା କଟକ ମେୟର ସୁବାସ ସିଂଙ୍କ ନେତୃତ୍ୱରେ ସାମୁଖ୍ୟର କର୍ମକର୍ତ୍ତାମାନେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଶ୍ରମିକମାନଙ୍କ ସମସ୍ୟା ଓ ସର୍ବନିମ୍ନ ମଜୁରୀ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ନବୀନ କହିଥିଲେ, ମୁଁ ଆପଣମାନଙ୍କ ସହିତ ଅଛି। ସାଧାରଣ ଲୋକଙ୍କ ସହିତ ଅଛି। ଲୋକଙ୍କ ସେବା ଜାରି ରଖନ୍ତୁ। ଆମେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା। ଏହି ସାକ୍ଷାତ ସମୟରେ ଶ୍ରମିକ ନେତା ନବ ମହାନ୍ତି, ରାଜୀବ ମହାନ୍ତି, ଵାଲା ରାୟ, ପ୍ରଦ୍ୟୁମ୍ନ ସାମଲ ଓ ଜୁମର ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ।
Sports
ଶ୍ରୀଲଙ୍କାରେ ହେବାକୁ ଥିବା ମ୍ୟାଚ୍ରେ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରା!
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ ବିପକ୍ଷରେ ସିରିଜ୍ ଖେଳୁଛି । ଯେଉଁଠି ଦଳ ୫ଟି ଟି-୨୦ ମ୍ୟାଚ୍ ଖେଳିବ ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିମ୍ବାୱେ ବିପକ୍ଷ ସିରିଜ୍ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ଆଉ ସେଠାରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଆଉ ଏହି ଗସ୍ତରେ ଦଳର ଦାୟିତ୍ବ କିଏ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ବଢ଼ିଛି ।
କୁହାଯାଉଛି ଏହି ସିରିଜ୍ ପାଇଁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରାଙ୍କୁ ଦଳ ବିଶ୍ରାମ ଦେଇପାରେ । ଆଉ ତାଙ୍କ ସ୍ଥାନରେ କେ ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିପାରେ । ଶ୍ରୀଲଙ୍କା ବିପକ୍ଷ ଏହି ସିରିଜରେ ସିଲେକ୍ଟର ଉଭୟ ଫର୍ମାଟ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ଦେଇପାରେ । ଦିନିକିଆରେ ସମ୍ଭବତଃ କେ ଏଲ ରାହୁଲ, ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି ।
ସୂଚନାଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବରରୁ ଜାନୁଆରୀ ଭିତରେ ଟିମ୍ ଇଣ୍ଡିଆ ୧୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଯେଉଁଥିପାଇଁ ଏବେଠୁ ଗେମ୍ ପ୍ଲାନ୍ ପ୍ରସ୍ତୁତ ହେଲାଣି । ଏହି ୧୦ଟି ଟେଷ୍ଟ ପରେ ଦଳ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଖେଳିବ ।
Posts Carousel
Latest News
ଓଡ଼ିଶାରେ ପହଞ୍ଚିଲା ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ପାର୍ଥିବ ଶରୀର
LatestLeadingକଟକ By Sambad Digital On Aug 3, 2024 ସେୟାର ଭୁବନେଶ୍ବର: ଗତ ମଙ୍ଗଳବାର ଭୋର ସକାଳୁ କେରଳର ୱାୟନାଡରେ ଘଟିଥିବା ପ୍ରଳୟଙ୍କାରୀ ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନରାଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିଛି।…
ମୋହନ ସରକାରଙ୍କ ବଡ଼ ଘୋଷଣା: ଗହମ ସହିତ ରାସନ ଦୋକାନରେ ମିଳିବ ଶ୍ରୀଅନ୍ନ
: ରାଜ୍ୟର ବିକାଶ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ରାଜ୍ୟବାସୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି। ଏହା ଅନ୍ତର୍ଗତ ଗରିବଙ୍କୁ ଦିଆଯାଉଥିବା ରାସନରେ ଗହମ ସହିତ ଜୋୱାର, ମିଲେଟ ଏବଂ ରାଗି ଆଦି ଶ୍ରୀଅନ୍ନ ଅନ୍ତର୍ଭୁକ୍ତ…
ପ୍ରକୃତ ବନ୍ଧୁ କିଏ
ଗୋଟିଏ ବଗିଚାରେ ଅନେକ ଫୁଲଗଛ ଥିଲା। ସେଗୁଡ଼ିକରେ ବର୍ଷ ସାରା ଫୁଲ ଭରି ରହୁଥିଲା। ଫୁଲର ସୁଗନ୍ଧରେ ପ୍ରଜାପତି ଓ ମହୁମାଛି ସେଠାକୁ ଉଡ଼ି ଆସୁଥିଲେ। ଦିନେ ଗୋଟିଏ ପ୍ରଜାପତି ଏକ ଗୋଲାପ ଫୁଲରେ ବସି ମହୁ ଶୋଷିବା ପାଇଁ ନିଜର…
ଭଲ ମଣିଷ ହେବାର ବାଟ
ବାର ବର୍ଷ ତଳର କଥା। ସେତେବେଳେ ସଂଜୟ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା। ବିକାଶ ସାର ତା’କୁ ସାଇକେଲରେ ବସେଇ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାଗୁଡ଼ିକରେ ଅଂଶ ଗ୍ରହଣ କରିବାକୁ ନେଇ ଯାଉଥିଲେ। ସେଠାରେ ସେ ପ୍ରତିଯୋଗୀମାନଙ୍କୁ ଦେଖି ନୂଆ କିଛି କରି…
ବିବାଦ ବଢ଼ାଇଲେ ମନୋଜ ମିଶ୍ର: ପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ଆଣିଲେ
ଭୁବନେଶ୍ବର: ଦୁଇଜଣ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦରେ ଘିଅ ଢାଳିଛନ୍ତି ଅଭିନେତା ତଥା କଂଗ୍ରେସ ନେତା ମନୋଜ ମିଶ୍ର। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ୍ କରି ମନୋଜ ପୁଣି ଥରେ ପଶ୍ଚିମ…