Featured News
Posts List
Posts Slider
Politics
ପୁଣି ଲୋକଙ୍କ ଆଶୀର୍ବାଦ ପାଇବା: ନବୀନ
ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ଅଧକ୍ଷ ତଥା କଟକ ମେୟର ସୁବାସ ସିଂଙ୍କ ନେତୃତ୍ୱରେ ସାମୁଖ୍ୟର କର୍ମକର୍ତ୍ତାମାନେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଶ୍ରମିକମାନଙ୍କ ସମସ୍ୟା ଓ ସର୍ବନିମ୍ନ ମଜୁରୀ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ନବୀନ କହିଥିଲେ, ମୁଁ ଆପଣମାନଙ୍କ ସହିତ ଅଛି। ସାଧାରଣ ଲୋକଙ୍କ ସହିତ ଅଛି। ଲୋକଙ୍କ ସେବା ଜାରି ରଖନ୍ତୁ। ଆମେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା। ଏହି ସାକ୍ଷାତ ସମୟରେ ଶ୍ରମିକ ନେତା ନବ ମହାନ୍ତି, ରାଜୀବ ମହାନ୍ତି, ଵାଲା ରାୟ, ପ୍ରଦ୍ୟୁମ୍ନ ସାମଲ ଓ ଜୁମର ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ।
Sports
ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍: ଓଡ଼ିଶା ବିଜେତା
ଜବାବରେ ଦୁର୍ଗା ୟେଭ୍ଲେ (୬୦) ଓ ସୁଷମା ପଟେଲ (୪୦) ଭଲ ବ୍ୟାଟିଂ କରିବା ସତ୍ତ୍ବେ ମଧ୍ୟପ୍ରଦେଶ ୫ ୱିକେଟ୍ ହରାଇ ୧୪୧ ରନ୍ କରିବାକୁ ସମର୍ଥ ହୋଇଥିଲା। ଓଡ଼ିଶାର ଫୁଲ ସୋରେନ, ରଚନା ଜେନା ଓ ମୁନି ପୂର୍ତ୍ତି ଗୋଟିଏ ଲେଖାଏଁ ୱିକେଟ୍ ନେଇଥଲେ। ପାର୍ବତୀ ମାର୍ଣ୍ଡି ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଜିନ୍ଦଲ ଫାଉଣ୍ଡେସନ୍ ସିଏସ୍ଆର୍ ମୁଖ୍ୟ ରିଷି ପଠାନିଆ, ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘ (କାବି) ସଭାପତି ବୁସେ ଗୌଡ଼ା, ଶୈଳେନ୍ଦ୍ର ଯାଦବ, ମହିଳା ଓ ଶିଶୁ ବିକାଶ ଅଧ୍ୟକ୍ଷ କଳ୍ପନା ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉପ ଶାସନ ସଚିବ ବସନ୍ତ ବେହେରା, ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ସଂଘ ସଭାପତି ମହମ୍ମଦ ଜାଫର ଇକ୍ବାଲ୍ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
Posts Carousel
Latest News
ମିଡ଼ିଆ ମ୍ୟାନେଜମେଣ୍ଟ ପାଇଁ ଗୌର ମହାପାତ୍ର ସମ୍ବର୍ଦ୍ଧିତ
ଭୁବନେଶ୍ୱର :ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ତଥା ଅବସରପ୍ରାପ୍ତ ଅଧିକାରୀ ଗୌର ଚନ୍ଦ୍ର ମହାପାତ୍ର ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହୋଇଛନ୍ତି. ଗତ 21ତାରିଖ ଶନିବାର ମିଡ଼ିଆ ଫେଡେରେସନ ଅଫ ଇଣ୍ଡିଆ, ନୂଆଦିଲ୍ଲୀ…
୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବ ଆନ୍ଧ୍ର!
ବେଙ୍ଗାଲୁରୁ: ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଅଷ୍ଟ୍ରେଲିଆ ଭଳି ପ୍ରତିବନ୍ଧକ ଲଗାଇବ ଆନ୍ଧ୍ରପ୍ରଦେଶ। ଏ ନେଇ ଅଷ୍ଟ୍ରେଲିଆର ନିଷେଧାଦେଶ ଉପରେ ଅଧ୍ୟୟନ କରାଯାଉଛି ବୋଲି ମଙ୍ଗଳବାର ଆନ୍ଧ୍ର ପ୍ରଯୁକ୍ତିବିଦ୍ୟା ଓ ମାନବ ସମ୍ବଳ ମନ୍ତ୍ରୀ…
ରିଲାଏନ୍ସ ଡିଜିଟାଲ୍ର ଡିଜିଟାଲ୍ ଇଣ୍ଡିଆ ସେଲ୍
ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ ଇଣ୍ଡିଆ ସେଲ୍ ଆରମ୍ଭ କରାଯାଇଛି ଯାହା ଚଳିତ ମାସ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗ୍ରାହକମାନେ ସପିଂ ବେଳେ ୨୬ ହଜାର ଟଙ୍କା ତତ୍କାଳ ବ୍ୟାଙ୍କ ରିହାତି, କଞ୍ଜ୍ୟୁମର ଡ୍ୟୁରେବଲଲ୍ଋଣ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତମୁମ୍ବାଇ:…
ସାମ୍ବାଦିକ ରବି କାନୁନଗୋଙ୍କ ପରଲୋକ
ଭୁବନେଶ୍ବର: ସାମ୍ବାଦିକ ରବି କାନୁନଗୋ (ରବି ଭାଇ)ଙ୍କ ବୁଧବାର ରାତିରେ ପରଲୋକ ହୋଇଯାଇଛି। ସେ ଥିଲେ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ। ଏକାଧାରରେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଓ କଥାକାର ଥିଲେ। ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ମଧ୍ୟ ଥିଲେ। ପରିବାର ଲୋକଙ୍କ…
ମେଷ: କୌଣସି କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହେବା ଯୋଗୁଁ ପ୍ରସନ୍ନ ହେବେ। ସମସ୍ୟାର ଭୟଭୀତ ନହୋଇ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଦେଇଥିବା ଧାର ପାଇପାରିବେ। ରାଜନୀତିରେ ସଫଳତା ପାଇବେ।
ବୃଷ: ପଦୋନ୍ନତି ପାଇବା ପାଇଁ ଯୋଜନାରେ ସଫଳ ହେବେ। ବନ୍ଧୁ ସହିତ ଭଲ ସମୟ ବିତାଇବେ। ବ୍ୟବସାୟ କ୍ଷେତ୍ରରେ ବହୁତ ବ୍ୟସ୍ତତା ରହିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ମିଥୁନ: ନୂଆ କାମ ଆରମ୍ଭ କରନ୍ତୁ ସଫଳତା ମିଳିବା ଯୋଗ…
