ପୁଣି ଶ୍ରୀମୟୀ ମିଶ୍ର ବାଣ ଛାଡ଼ିଲେ। ଏଥର ଟାର୍ଗେଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ନିଜର ସୋସିଆଲ ମିଡିଆରେ ଲେଖିଛନ୍ତି, ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!*୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି “ଅନୁଶାସନ”ର ପାଠ ପଢ଼ାଯାଉଛି। କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ। କିନ୍ତୁ ପ୍ରଶ୍ନ ଉଠୁଛି— କିଏ କାହା ସହ ବିଶ୍ୱାସଘାତକତା କରିଛି? ପ୍ରକୃତ ବିଶ୍ୱାସଘାତକ କିଏ?

*​ପଚାରିବାକୁ ଚାହୁଁଛି:-*

-​କାହା ଅପାରଗତା ଓ କାହା ଅହଙ୍କାର ପାଇଁ ଦଳ କ୍ଷମତାରୁ ଗଲା, ଆଉ ବିଧାୟକ ସଂଖ୍ୟା ୫୧ ରେ ସୀମିତ ରହିଲା?

-​କାହାର ବିଶ୍ବାସଘାତକତା ପାଇଁ ଲୋକସଭାରେ ଦଳ “ଶୂନ” ହୋଇଗଲା?

-କାହାର ଷଡ଼ଯନ୍ତ୍ର ପାଇଁ ଦଳ ନୂଆପଡ଼ା ଉପନିର୍ବାଚନରେ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ତୃତୀୟ ସ୍ଥାନରେ ରହିଲା ?

ଯେତେବେଳେ Hoardingରୁ ନିଜ ବାପାଙ୍କ ଫଟୋ ହଟି ତାମିଲ୍ ଫଟୋ ରହିଲା, କୁଆଡ଼େ ଯାଇଥିଲା ସେ, zero Tolerance?

​କିଏ ସେହି ବିଭୀଷଣ-ବିଶ୍ବାସଘାତକ, ଯିଏ କୋଟିଏ କର୍ମୀ-ନେତାଙ୍କ ପଛରେ ଛୁରୀମାଡ଼ କଲା ସତ୍ତ୍ୱେ ଦଳପତି ତାକୁ “ପ୍ରିୟପାତ୍ର” କରି ରଖିଛନ୍ତି ଓ କ’ଣ ବାଧ୍ୟବାଧକତା ରହିଛି?

Leave a Reply

Your email address will not be published. Required fields are marked *