ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ଭାରତ ସହ ନୂତନ ପ୍ରତିରକ୍ଷା ଚୁକ୍ତି (ସୁରକ୍ଷା ଓ ପ୍ରତିରକ୍ଷା ଚୁକ୍ତି)କୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଏହା ସ୍ୱାକ୍ଷରିତ ହେବ। ୟୁରୋପୀୟ ସଂଘର ବୈଦେଶିକ ନୀତି ମୁଖ୍ୟ କାଜା କଲାସ୍ ବୁଧବାର ୟୁରୋପୀୟ ସଂସଦରେ ଏହି ସୂଚନା ଦେଇଛନ୍ତି। ଏହି ସହଭାଗିତା ଏକ ବୃହତ୍ ରଣନୀତିକ ଏଜେଣ୍ଡାର ଅଂଶ ହେବ ବୋଲି ସେ କହିଛନ୍ତି।ଏହି ଏଜେଣ୍ଡାରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ), ପ୍ରତିରକ୍ଷା ଓ ସୁରକ୍ଷା ଚୁକ୍ତି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଓ ଆତଙ୍କବାଦ ନିରୋଧୀ ପଦକ୍ଷେପ ଅନ୍ତର୍ଭୁକ୍ତ। ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତ ଆସୁଛନ୍ତି। ଜାନୁଆରି ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ସେ ମୁଖ୍ୟଅତିଥି ହେବେ। ପରଦିନ ଜାନୁଆରି ୨୭ରେ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ

କଲାସ କହିଛନ୍ତି ଯେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷା ଚୁକ୍ତିନାମା ଆତଙ୍କବାଦ ବିରୋଧୀ ଲଢ଼େଇରେ ସାହାଯ୍ୟ କରିବ। ଏହା ସାମୁଦ୍ରିକ ସୁରକ୍ଷା ଓ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ। କଲାସ କହିଛନ୍ତି ଯେ ୟୁରୋପ ଏକ ନୂତନ ଓ ଶକ୍ତିଶାଳୀ ଏଜେଣ୍ଡାରେ ଭାରତ ସହିତ ଆଗକୁ ବଢିବାକୁ ପ୍ରସ୍ତୁତ ଅଛି। ୟୁରୋପର ଅର୍ଥନୈତିକ ଶକ୍ତି ପାଇଁ ଭାରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଭାରତ ଆସୁଥିବା ୟୁରୋପୀୟ ସଂଘର ପ୍ରତିନିଧି ଦଳରେ ପ୍ରାୟ ୯୦ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରେ କାଜା କଲାସ, ବାଣିଜ୍ୟ କମିସନର ମାରୋସ ସେଫକୋଭିକ ଓ ଅନେକ ନିର୍ଦ୍ଦେଶକ ଅଛନ୍ତି।

Leave a Reply

Your email address will not be published. Required fields are marked *