କିବ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତରେ ଥିବାବେଳେ ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଜର ଅସନ୍ତୋଷ ପ୍ରକଟ କରିବା ସହ ମୋଦୀଙ୍କ ଗସ୍ତକୁ ନିରାଶାଜନକ ଏବଂ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛନ୍ତି।

ଜେଲେନସ୍କି ମଧ୍ୟ ଏ ନେଇ ଏକ ବିବୃତି ଜାରି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମସ୍କୋ ଗସ୍ତକୁ ସମାଲୋଚନା କରିବା ସହ ଏହାକୁ ଶାନ୍ତି ପ୍ରୟାସ କ୍ଷେତ୍ରରେ ଏକ ବଡ଼ ଝଟକା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ପୁଟିନଙ୍କୁ ସାକ୍ଷାତ କରୁଥିଲେ ସେତେବେଳେ ରୁଷୀୟ କ୍ଷେପଣାସ୍ତ୍ର ୟୁକ୍ରେନ ଉପରେ ଆକ୍ରମଣ କରୁଥିଲା । ରୁଷ୍ କିବରେ ଥିବା ଏକ ଶିଶୁ ଚିକିତ୍ସାଳୟକୁ ଟାର୍ଗେଟ କରିଥିଲା। ଏହା ସହିତ ସେ ପୁଟିନଙ୍କୁ ହତ୍ୟାକାରୀ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ସୋମବାର ମୋଦୀ ଋଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ସେହିଦିନ ସକାଳେ ୟୁକ୍ରେନର ସହରଗୁଡ଼ିକ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଏଥିରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ ଜଣ ଆହତ ହୋଇଛନ୍ତି।