ଲଖନଉ: ହାଇବ୍ରିଡ଼ କାର ଉପରେ ଆଜି ବଡ ଘୋଷଣା କରିଛନ୍ତି ଯୋଗୀ ସରକାର | ବାସ୍ତବରେ ଉତ୍ତରପ୍ରଦେଶର ଲୋକମାନେ ଏଣିକି ହାଇବ୍ରିଡ଼ କାର କିଣିବାରେ ଅଧିକ ଲାଭ ପାଇବାକୁ ଯାଉଛନ୍ତି। ଯଦି ଉତ୍ତରପ୍ରଦେଶର କୌଣସି ବ୍ୟକ୍ତି ଟୟୋଟା ହାଇରାଇଡର୍ ଏସୟୁଭି କିମ୍ବା ହାଇକ୍ରସ୍ ଏମପିଭି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ସେହି ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ | ଏହା ସହିତ ହୋଣ୍ଡା ସିଟି, ମାରୁତି ଗ୍ରାଣ୍ଡ ଭିଟାରା କିମ୍ବା ଇନଭିକ୍ଟୋ ଭଳି ହାଇବ୍ରିଡ କାର କିଣିବାରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ସଞ୍ଚୟ ହୋଇପାରିବ। ଏହି ନୂତନ ନୀତି ଅନୁଯାୟୀ, ଶକ୍ତିଶାଳୀ ହାଇବ୍ରିଡ୍ କାର ଏବଂ ଏସୟୁଭି ଉପରେ ସଡକ ଟ୍ୟାକ୍ସରେ ୧୦୦ ପ୍ରତିଶତ ହ୍ରାସ କରାଯାଇଛି। ଏହି କାରଣରୁ ଏହି ହାଇବ୍ରିଡ୍ କାରଗୁଡିକର ମୂଲ୍ୟରେ ବହୁତ ହ୍ରାସ ଘଟିଛି | ରାଜ୍ୟରେ ଏଭଳି କାରର ବିକ୍ରି ବୃଦ୍ଧି ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ ଟୟୋଟା ହାଇରାଇଡର୍ ମୂଲ୍ୟ ଏକ୍ସ ସୋରୁମ ୨୦ ଲକ୍ଷ-୨୪ ଲକ୍ଷ ଭିତରେ ଥିବାବେଳେ ଉତ୍ତରପ୍ରଦେଶ ସରକାରଙ୍କ ନୂତନ ନୀତି ପରେ କାର ମୂଲ୍ୟ ୧୮.୩୭ ଲକ୍ଷ- ୨୨.୨୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ଏହି କାରର ମୂଲ୍ୟ ୨.୦୪ ଲକ୍ଷ ଟଙ୍କା ହ୍ରାସ କରାଯାଇଛି। ଟୟୋଟାର ଇନୋଭା ହାଇକ୍ରସର ମୂଲ୍ୟ ୩୧.୫୨ ଲକ୍ଷରୁ ୩୭.୩୬ ଲକ୍ଷ ମଧ୍ୟରେ ଥିବାବେଳେ ଏବେ ଏହି କାରର ମୂଲ୍ୟ ୩.୧୧ ଲକ୍ଷ ଟଙ୍କା ହ୍ରାସ ପାଇଛି। ସେହିପରି ମାରୁତି ସୁଜୁକିର ଗ୍ରାଣ୍ଡ ଭିଟାରାର ହାଇବ୍ରିଡ ଭାରିଆଣ୍ଟରେ ୧.୯୮ ଲକ୍ଷ ଟଙ୍କା ହ୍ରାସ କରାଯାଇଛି। ଏହି କାରର ମୂଲ୍ୟ ସାରା ଦେଶରେ ୨୧.୫୦ ଲକ୍ଷ- ୨୩.୩୦ ଲକ୍ଷ ଟଙ୍କା ମଧ୍ୟରେ ରହିଛି | ଏହା ବ୍ୟତୀତ ମାରୁତିର ପ୍ରିମିୟମ ଏମପିଭି ଇନଭିକ୍ଟୋ ମୂଲ୍ୟ ୨.୮୮ ଲକ୍ଷ ଟଙ୍କା ହ୍ରାସ ପାଇଛି। ଯୋଗୀ ସରକାରଙ୍କ ନୀତି ପୂର୍ବରୁ ଏହି କାରର ମୂଲ୍ୟ ୨୯.୫୯ ଲକ୍ଷରୁ ୩୩.୯୫ ଲକ୍ଷ ମଧ୍ୟରେ ଥିଲା |