ପର୍ଯ୍ୟଟନ ନୀତିରେ ରାଜ୍ୟ ସରକାର ଆଣିଥିବା ସଂସ୍କାରକୁ ଭାରତୀୟ ହୋଟେଲ ସଂଘ (ଏଚ୍‌ଏଆଇ) ସ୍ବାଗତ କରିଛି। ଏହାର ପ୍ରଭାବରେ ଘରୋଇ ନିବେଶ ବଢ଼ିବ। ୨୦୩୬ ସୁଦ୍ଧା ରାଜ୍ୟରେ ୧୫ହଜାର ନୂଆ ହୋଟେଲ କୋଠରି ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସଂଘ ପକ୍ଷରୁ ଆକଳନ କରାଯାଇଛି। ହୋଟେଲ୍‌ ସଂଘର ମହାସଚିବ ଏମ୍‌ ପି ବେଜବରୁଆ କହିଛନ୍ତି ଯେ ଓଡ଼ିଶାର ସଂଶୋଧିତ ପର୍ଯ୍ୟଟନ ନୀତିରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ସାମିଲ କରାଯାଇଥିବା ଅନେକ ପ୍ରସ୍ତାବ ଉପରେ ଆମେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଆଲୋଚନା କରିଥିଲୁ। ପର୍ଯ୍ୟଟନ ସହ ଆଦିବାସୀ ଅନ୍ତର୍ଭୁକ୍ତୀକରଣ, ନିଯୁକ୍ତି ସୃଷ୍ଟି, ଗୋଷ୍ଠୀ ବିକାଶ ଓ ନୀତିକୁ ଯୋଡ଼ାଯାଇଥିବାରୁ ତାହା ରାଜ୍ୟରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରକୁ ସୁଦୃଢ଼ କରିବ। ଆମ ରାଜ୍ୟ ଶାଖାର ଅଧ୍ୟକ୍ଷ ସମ୍ପାଦକ ଡକ୍ଟର ଜେ କେ ମହାନ୍ତି ନିୟମିତ ଭାବେ ଯୋଗା‌ଯୋଗରେ ରହି ସକାରାତ୍ମକ ପରିବର୍ତ୍ତନ ଆଣିପାରିଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *