ଜବାବରେ ଦୁର୍ଗା ୟେଭ୍‌ଲେ (୬୦) ଓ ସୁଷମା ପଟେଲ (୪୦) ଭଲ ବ୍ୟାଟିଂ କରିବା ସତ୍ତ୍ବେ ମଧ୍ୟପ୍ରଦେଶ ୫ ୱିକେଟ୍‌ ହରାଇ ୧୪୧ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଓଡ଼ିଶାର ଫୁଲ ସୋରେନ, ରଚନା ଜେନା ଓ ମୁନି ପୂର୍ତ୍ତି ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥଲେ। ପାର୍ବତୀ ମାର୍ଣ୍ଡି ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଜିନ୍ଦଲ ଫାଉଣ୍ଡେସନ୍‌ ସିଏସ୍‌ଆର୍‌ ମୁଖ୍ୟ ରିଷି ପଠାନିଆ, ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍‌ ସଂଘ (କାବି) ସଭାପତି ବୁସେ ଗୌଡ଼ା, ଶୈଳେନ୍ଦ୍ର ଯାଦବ, ମହିଳା ଓ ଶିଶୁ ବିକାଶ ଅଧ୍ୟକ୍ଷ କଳ୍ପନା ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉପ ଶାସନ ସଚିବ ବସନ୍ତ ବେହେରା, ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍‌ ସଂଘ ସଭାପତି ମହମ୍ମଦ ଜାଫର ଇକ୍‌ବାଲ୍‌ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *